Wednesday 15 February 2017

ଅନୁତାପ

ବିଳମ୍ବିତ ରାତି । ସମୟ ପ୍ରାୟ ୧୨ ତା ହେବ । ଡାକ୍ତରଖାନା ରେ ଥାଏ ମୁ ମୋର ଗୋଟେ ସାଙ୍ଗ ସହ ।
ସବୁ ଆଡେ ଥାଏ ଗଭୀର ନୀରବତା । କିଛି ଅସ୍ପଷ୍ଟଶବ୍ଦ ଶୁଭିବାରୁ ବୁଲିକି ଦେଖିଲି ।
ରକ୍ତ ରେ ଭିଜା ଥାଏ ଜଣଙ୍କ ଶରୀର । ତାକୁ ଚାହୁଁଚାହୁଁ କୋହରେ ଭିଜିଗଲି ମୁ ଗୋଟାପଣେ ।
ଲୋକ ମାନେ ତା ଚାରି ପାଖରେ ଥିବାରୁ, ମୁହଁ କୁ ଦେଖି ପାରୁ ନଥଏ ମୁ । ନ ଜାଣି ଥିଲେ ବି ତାକୁ ,
ଠାକୁରଙ୍କୁ ତା ଜୀବନପାଇଁ ମିନତି କରି ପକେଇଲି । ତା ରକ୍ତାକ୍ତଦେହକୁ ଦେଖିକି ସବୁ ଯେମିତି ମୂଲ୍ୟ ହୀନ
ମାନେ ହେଉ ଥାଏ । ହସ୍ପିଟାଲ୍ ବେଡ୍ ରେ ନେଇଗଲେ ତାକୁ ଅପରେସନ ଥଏଟର କୁ।

ସମୟ - କିଛି ଘଣ୍ଟା ପୂର୍ବରୁ ... (ରବିବାର ସନ୍ଧ୍ୟା ୫ ଟା)

ନୂଆ ଇଂରାଜୀ ଚଳଚିତ୍ର ରିଲିଜ ହେଇ ଥାଏ ବୋଲି ସବୁ ସାଙ୍ଗ ମିଶି ଚଳଚିତ୍ର ଦେଖି ଯିବାକୁ ନିଷ୍ପତି ନେଲୁ ।
ଘରେ ଫୋନ କରି କହି ଦେଲି ଘରକୁ ଆସିବାରେ ଡେରି ହେବ । ଚଳଚିତ୍ର ସରୁ ସରୁ ରାତି ପ୍ରାୟ ୯ଟା
ହେଇ ଯାଇ ଥାଏ । ମୋବାଇଲ ଦେଖିଲା ବେଳ କୁ, ମା ର ୮ ଟି ମିଃସ୍ଡ କଲ  ଥାଏ । କାଳେ କିଛି
ଅଘଟଣ ଘଟିଛି ସେ ଭୟ ରେ ମନ ବ୍ୟାକୁଳ ହେବାକୁ ଲାଗିଲା । ସାଙ୍ଗେ ସାଙ୍ଗେ ମା କୁ ଫୋନ କଲି ।
ମା ର ସ୍ୱର ଥିଲା କ୍ଷୀଣ ,ଜାଣିବାକୁ ପାଇଲି କି ବାପା ମା ସବୁ ଡାକ୍ତରଖାନା ଯାଉଛନ୍ତି  ମୋ ସାନ ଭଉଣୀ
କୁ ନେଇକି । ବାଥରୁମ ରୁ ଖସି ମୁଣ୍ଡ ଫାଟି ଯାଇ ଥାଏ ତାର । କାର ନେଇ ଗୋଟେ ସାଙ୍ଗ ସହ ବାହାରି
ଗଲି ଡାକ୍ତରଖାନା ଅଭିମୁଖେ ।

ପ୍ରାୟ ୧୧ ଟା ସମୟ ରେ ଯାଇକି ପହଂଚିଲି ଡାକ୍ତରଖାନା ରେ । ମା ମତେ ଦେଖି ଛୋଟ ପିଲାଙ୍କ ପରି
କାନ୍ଦି ବାକୁ ଲାଗିଲା । ବାପା ମଧ୍ୟ୍ୟ ଭାଙ୍ଗି ପଡୁ ଥାନ୍ତି ଅସହାୟତାରେ । ମୁ ଦୂହିଁ ଙ୍କୁ ସାନ୍ତ୍ୱନା ଦେଇ ଡାକ୍ତର
ଙ୍କ ପାଖ କୁ ଚାଲି ଗଲି ଭଉଣୀ ବିଷୟରେ ପଚାରିବାକୁ । ତା’ ଦେହରେ ସାଲାଇନ୍ ଲାଗି ଥାଏ ।
ଚେତନା ନଥାଏ ସେତେବେଳେ ମୋ ଭଉଣୀ ର । ଡରିବାର କିଛି ନାହିଁ ,ଚେତନା ଆସିଲେ ଆପଣ ତାକୁ
ଘରକୁ ନେଇଯିବେ କହିଲେ ଡାକ୍ତର । ଟିକିଏ କ୍ଳାନ୍ତ ଅନୁଭବ କରୁ ଥିବାରୁ ସାଙ୍ଗ ସହ ଯାଇକି ବସି ଗଲି
ଗୋଟେ ଚେୟାର ଉପରେ । ଠିକ ସେଇ ସମୟ ରେ ଗୋଟେ ଏମ୍ରଜେନସି କେସ ଆସିକି ପହଁଚିଲା
ଡାକ୍ତରଖାନା ରେ । ଭଉଣୀ ର ଚେତା ଆସିଲା ପରେ , ତାକୁ ନେଇକି ଅସିଗଲୁ ଘରକୁ ।

ସମୟ - ୨ ଦିନ ପରେ .... (ମଙ୍ଗଳବାର ଦିନ ୧୧ ଟା )....

ଫେସବୂକ ରେ କଥା ହଉଥାଏ ଗୋଟେ ସାଙ୍ଗ ସହ , ହଟାତ ନଜର ପଡିଲା ଗୋଟେ ସାଙ୍ଗ ସେଆର କରିଥିବା
ପୋଷ୍ଟ (ମୃତ୍ୟୁ ପୂର୍ବରୁ ଗୋଟେ ଯୁବକ ନିଜ ଶରୀର ର ଅଙ୍ଗ ଦାନ କରିଛି ) ଉପରେ। ଡାକ୍ତରଖାନା ରେ ଯେଉଁ
ରକ୍ତ ରେ ଭିଜା ଶରୀର ଦେଖି ଥିଲି ସେ ଥିଲା ଏଇ ଯୁବକ । ମନଟା ମରିଗଲା ପରି ଲାଗୁ ଥିଲେ ବି ,ଭାରି
ଇଛା ହଉ ଥିଲା ଜାଣି ବାକୁ ସେ ଯୁବକ ବିଷୟ ରେ । ଯୁବକ ଟିର ନା ରୁ ଫେସବୂକ ରେ ଖୋଜିବାକୁ ଲାଗିଲି ।

ତାହା ପରେ ଯାହା ଦେଖିଲି , ମୋ ଆଖି କୁ ବିଶ୍ୱାସ ହେଉ ନଥିଲା । ବିଧିର ଏ ବିଧାନ ଏତେ ନିର୍ମମ ହେଇ ପରେ ,
କେବେ କଳ୍ପନା ଭି କରି ନଥିଲି । ନିଃଶବ୍ଦ ଧରା ଆଉ ଏ ବିରାଟ ଆକାଶ ମେଳରେ, ମୁ ମୋ ନିଜକୁ ଗୋଟେ ନିମ୍ନ
ଜୁଳୁଜୁଳିଆ ପୋକ ପରି ମାନେ କରୁ ଥାଏ , ଯିଏ ଏଣେତେଣେ ଘୁରି ବୁଲିକି ବି କେବେ କାହା ଜୀବନ ର
ଅନ୍ଧକାର କୁ ଦୂର କରି ପାରେନା ।

ସମୟ - ୨ ଦିନ ପୂର୍ବ ରୁ - (ରବିବାର ରାତି ୧୦.୩୦ )

ଲାଗୁ ଥାଏ ରାତି ର ବୟସ ବଢି ଯାଇ ଥାଏ । ରାସ୍ତା ଟି ଥାଏ ଶୂନ୍‌ଶାନ , କାଁ ଭାଁ ଲୋକ ବି  ଦିସୁ ନଥାନ୍ତି ।
କାର ରେ ମୁ ମୋ ସାଙ୍ଗ ଡାକ୍ତରଖାନା ଯାଉ ଥାଉ । ମୋ ସାଙ୍ଗ କୁ ପରିସ୍ରା ଲାଗିବାରୁ କିଛି ସମୟ ପାଇଁ
କାର କୁ ରୋକି ବାକୁ ପଡିଲା । ସେ ଆସିଲା ପରେ , ହଟାତ ଜଣେ ମୋ କାର ର ଝରକା ପିଟିବା ର
ଦେଖିଲି । କାକୁତି ମିନତି କରି କିଛି କହିବାକୁ ଚାହୁଁଥିଲା ପରି ଲାଗୁ ଥାଏ ସେ । ମନରେ ଥାଏ ଅନେକ ଆଶଙ୍କା
ଏବଂ କାଳେ କୌଣସି ଷଡଯନ୍ତ୍ର ର ଶିକାର ହେଇଯିବି ସେ ଭୟ ରେ ମୁ ଅଦେଖା କରି ଚାଲି ଯାଇ ଥିଲି ସେଠୁ ।

ସମୟ - ବର୍ତମାନ (ମଙ୍ଗଳବାର ଦିନ ୧୧.୧୫ )...

ଭାଗ୍ୟ ର କି ଖେଳ, ଲାଗୁଚି ଯେମିତି ମରିଚୀକା ରେ ଠିଆ ହେଇଚି ମୁ  !ଗୋଟେ ପଟେ ମରଣ ମୁଖରେ
ଛାଡ଼ି ,ଅନ୍ୟ ପଟେ ଠାକୁରଙ୍କୁ ତା ଜୀବନପାଇଁ ମିନତି କରି ଥିଲି ।ମୁ ଶିକ୍ଷିତ , କରୁଣା ହିଁ ପ୍ରକୁତ ଧର୍ମ ଜଣା
ମତେ, ହେଲେ କି ଲାଭ ! ସେ ମରିବା ପୂର୍ବ ରୁ ଦାନ କରି ନିଜ ଶରୀର ଅଙ୍ଗ କୁ ଧର୍ମ କରି କି ଗଲା । ନିଜକୁ କ୍ଷମା କରି ପାରିବା ଥିଲା ଅସମ୍ଭବ ମୋ ପକ୍ଷେ , ବୋଧେ  ଅନିର୍ଦ୍ଧିଷ୍ଟ
କାଳଯାଏଁ  ଏବେ ପଶ୍ଚାତାପ ର ନିଆଁ ରେ ଜଳୁ ଥିବି ଆଉ କରୁଥିବି ଅନୁତାପ  । 

Monday 13 February 2017

ଅଭିମାନ









ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବି ସାହସ ହେଉ ନଥିଲା ଆଖି ଖୋଲିବାକୁ | ହୃଦୟ ର ଦୁଆର ମୁହଁ ରେ ଯେମିତିକେହି ଜଣେ ଠକଠକ କରୁ ଥାଏ | ହଠାତ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା , ଦେଖିଲି ବାପା ଠିଆ ହେଇଛନ୍ତି ଏବଂ ତାଙ୍କ ମୁହଁ ରେ ଥାଏ ବିଷାଦର କାଳିମା, କିଛି ସ୍ୱର ଆସିକି ବାଜୁଥାଏ ମୋ କାନ ରେ କଣ ପାଇଁ ଏତେ ଅଭିମାନ କରୁଛୁ ?” ...


ମୁ ଅଣନିଶ୍ୱାସୀ ହେଇ ଉଠିପଡିଲି | ପାଖ ରେ ସୋଇଥିବା ମୋ ସ୍ତ୍ରୀ ମଧ୍ୟ ଉଠିପଡ଼ିଲା ଆଉ ପଚାରିଲା କଣ ହେଲା? ଅକୁହା ଯନ୍ତ୍ରଣାରେ ଶୀହରିଉଠୁଥିଲା ମୋ ଦେହ, ଆଖି ରେ ଥାଏ ଲୁହ ଆଉ ଲାଗୁଥାଏ ଯେମିତି ବଡ ଭୁଲ ଟିଏ କରି ଦେଇଛି | ବୋଝ କୁ ହାଲୁକା କରିବା ପାଇଁ କହିବାକୁ ଚାହୁଁ ନଥିବା ସତ୍ତ୍ୱେ , ସବୁ କହିବାକୁ ସ୍ଥିର କଲି |
ଛୋଟ ବେଳେ ଆଲୋକ ବୋଲି ଜଣେ ବହୁତ ନିବିଡ ବନ୍ଧୁ ଥିଲା | ଆମ ଦୁଇ ଜଣ ଙ୍କ ଘର ପାଖ ପାଖି ଥିବା ହେତୁ, ସେ ଆମ ଘର ର ଆଉ ଗୋଟେ ସଦସ୍ୟ ପରି ଥିଲା |  ଏକା ସହ ପାଠ ପଢିବା , ସ୍କୁଲ ଯିବା , ଖେଳିବା ରେ ହିଁ ଦିନ ଗଡି ଚାଲି ଥାଏ | ଆଜି ବି ମନେ ଅଛି ଯେବେ ମୁ ଇଞ୍ଜିନିଅରିଂ କରିବା ପାଇଁ ବାହାରକୁ ଯିବା କୁ ନିଷ୍ପତି ନେଲି , ସେ ମୋ ସହ ୧୫ ଦିନ କଥା ହେଲାନି | ହେଲେ କ୍ୟାରିଅର କୁ ଆଗରେ ରଖି ମୁ ବାହାରକୁ ଆସି ଗଲି ଏବଂ ସେ ଘରେ ରହି +୩ ପଢିଲା | ସେତେବେଳେ ମୋବାଇଲ ବି ନଥିଲା,  କଥାବାର୍ତ୍ତା ବି ହେଇ ପାରୁନଥିଲୁ | ଯେବେ ଛୁଟି ରେ ଘର କୁ ଯାଏ ତା ସହ କେତେ ବେଳେ ସମୟ ପଳାଏ ଜଣା ପଡ଼େନି | ପଢା ସରିଲା , ମୁ ଓଡିଶା ବାହାରକୁ ଗଲି ଚାକିରୀ ଖୋଜିବା ପାଇଁ | ବାପାଙ୍କ ପାଖ ରୁ ଦିନେ ଜାଣିବାକୁ ପାଇଲି ତାର ସରକାରୀ ଚାକିରୀ ହେଇ ଯିବା କଥା | ଏତେ ଭଲ ସାଙ୍ଗ ହେବ ସତ୍ତ୍ୱେ ବି ମୋତେ କାହିଁ କେଜାଣି ଟିକେ ଖରାପ ଲାଗିଲା | ଆଜି ଲାଗୁଚି ଯେମିତି ସେ ବି ଜାଣିଥିଲା ଯେ ତା ଚାକିରୀ କଥା ଶୁଣିକି ମୋତେ ଖରାପ ଲାଗିବ ,  ସେଇଥିପାଇଁ ବୋଧେ କହି ନଥିଲା ତା ଚାକିରୀ କଥା | କିଛି ଦିନ ପରେ ସେ ମୋତେ ଫୋନ କଲା | ମୋ ପରିସ୍ଥିତି ସେତେ ଭଲ ନଥାଏ ସେବେ | ସେ ତାର ଚାକିରୀ, ରୋଜଗାର ବିଷୟ ରେ କହୁ ଥାଏ; ବହୁତ ଖୁସି ଥାଏ ସେ , ମୋତେ ବି ଧର୍ଯ୍ୟ ରଖିବାକୁ କହୁ ଥାଏ
| ତା ଖୁସି ରେ କିନ୍ତୁ ମୁଁ ଖୁସି ହେଇ ପାରୁ ନଥାଏ, ଖାଲି ଭାବୁଥାଏ କେତେବେଳେ ଫୋନ ଟି କୁ ରଖିବି | ମା ବି ମଝି ମଝି ରେ ଫୋନ କରିକି ତା ପ୍ରଶଂସା କରେ ଆଉ ମତେ ନିନ୍ଦେ | ସେ ସବୁ ଶୁଣି ଆଶଙ୍କାର କଳାବାଦଲ ଉଙ୍କିଆସେ ମୋ ମନତଳେ | ଧୀରେ ଧୀରେ ମୁ କଥା ହେବ ବନ୍ଦ କରି ଦେଲି ତା ସହ |
୨ ବର୍ଷ ବିତିଗଲା ଏମିତି , ମୋର ଭି ଭଲ ଜାଗାରେ ଚାକିରୀ ହେଇ ଗଲା , ସେତେବେଳ କୁ ତା ବାହାଘର ବି ହେଇ ଯାଇ ଥାଏ | ଧୀରେ ଧୀରେ ସମୟ ଗଡିବାକୁ ଚାଲିଲା , ମୋ ବାହାଘର ପରେ ମୁ ବି ଚାକିରୀ , ବ୍ୟକ୍ତିଗତ ଜୀବନ ଆଉ ସୋସିଆଲ ଜୀବନ ରେ ବ୍ୟସ୍ତ ହେଇ ଗଲି | କିଛି ଦିନ ପୂର୍ବ ରୁ ବାପା ଙ୍କ ସହ କଥା ହେଉ ଥିଲି | ସେ ମୋତେ ତା ଦେହ ଖରାପ ଥିବା କଥା ଓ ତାକୁ ଥରେ ଦେଖା କରିବା କଥା କହିଲେ,  ମୁ ମନା କରି ଦେବାରୁ ମତେ କହି ଥିଲେ ..କଣ ପାଇଁ ଏତେ ଅଭିମାନ କରୁଛୁ ?? 
ଆଜି ଜାଣିବାକୁ ପାଇଲି ଆଉ ତା ପୃଥିବୀରେ କେବେ ଦିନେ ସୂର୍ଯ୍ୟ ଉଇଁବେନି କିମ୍ବା ସକାଳ ହେବନି | ଅନ୍ଧକାର ଭିତରେ ଗୁମୁରି ଗୁମୁରି ସେ ଚାଲି ଯାଇଛି ଏ ସଂସାରରୁ | ଶେଷ ଥର ପାଇଁ ତାକୁ ଟିକେ ଦେଖି ବି ପାରିଲିନି | ନିଜ ପ୍ରତି କାହିଁ ଆଜି ବୈରାଗ୍ୟ ଜାତ ହେବାରେ ଲାଗିଛି | ମୋତେ ସବୁ ଆଡେ ଅନ୍ଧକାର ହିଁ ଅନ୍ଧକାର ଦିଶୁଚି | ମୁଁ ତ ମୋ ନିଜକୁ ସବୁ ବେଳେ ସ୍ୱାଭିମାନୀ ଭାବୁ ଥିଲି , ହେଲେ ଏ ଅଭିମାନ ଆସିଲା କୁଆଡୁ? ପ୍ରଶ୍ନ ଟି ମୋ ନିଦ ହଜେଇ ଦେଇଛି | ଚାକିରୀ କରିକି ଦୁଇ ପଇସା ରୋଜଗାର କଲି ବୋଲି ନ କଣ ?
ନିଜ ଦୁଃସ୍ଥିତିର ମୁକାବିଲା କରିବାର କ୍ଷମତା ନଥିଲା ବୋଲି ଦିନେ ମୁଁ ତା ସହ କଥା ହେବ ବନ୍ଦ କରି ଦେଇ ଥିଲି | ଯେଉଁ ଅଭିମାନ ମୋ ବାପା ଙ୍କୁ ଦିଶିଲା ମୋତେ କଣ ପାଇଁ ଦିଶିଲାନି ? ଆଜି କାହିଁ  ଇଚ୍ଛା ହଉଚି ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ | ହେଲେ ଗୋଟେ ତୀବ୍ରନିରବତା, ତାର ସର୍ବାଙ୍ଗକୁ ଗ୍ରାସ କରି ସାରିଛି | ସେଦିନ ଯଦି ଏତେ ଅଭିମାନ କରି ନଥାନ୍ତି , ବୋଧ ହୁଏ ଆଜି ଏମିତି ଅଶାନ୍ତ ନଥାନ୍ତି |